HOME

Languages

secretary

ଶ୍ରୀ ଅସୀତ କୁମାର ତ୍ରିପାଠୀ, ଆଇ.ଏ.ଏସ୍.

ପ୍ରମୁଖ ଶାସନ ସଚିବ

ଗୃହ ବିଭାଗ କୁ ସ୍ଵାଗତ

ଗୃହବିଭାଗ ଦେଖାଶୁଣା କରେ:-

  • ବିଧି ଓ ବ୍ୟବସ୍ଥାର ରକ୍ଷଣାବେକ୍ଷଣ
  • ଅପରାଧ ନିୟନ୍ତ୍ରଣ ଓ ପ୍ରତିଷେଧ
  • ଅପରାଧୀମାନଙ୍କର ଅଭିଯୋଗ ଶୁଣାଣି
  • ଗୃହରକ୍ଷୀ ଓ ଆଗ୍ନିକ ସେବା
  • ଆରକ୍ଷୀ ଆଧୁନିକୀକରଣ ଓ ବିକାଶ
  • ଆରକ୍ଷୀ ପ୍ରଶାସନ ଓ କଲ୍ୟାଣ
  • କାରାଗାର ପ୍ରଶାସନ
  • ସେବା ସଂଗଠନ
  • ଅନୁଶାସନ ପ୍ରସଙ୍ଗ ଓ ରାଜ୍ୟ ଅତିଥିଶାଳା/ ଭବନ/ ନିବାସରେ କୋଠରୀ ସଂରକ୍ଷଣ
  • ସଂସଦୀୟ ଓ ବିଧାନସଭା ନିର୍ବାଚନ ସଂଚାଳନ
  • ରାଜ୍ୟରେ ପ୍ରତିରକ୍ଷା ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ପାଇଁ ସାମରିକ ଓ ନାଗରିକ ସହଯୋଗ ପାଇଁ ପ୍ରତିରକ୍ଷା ସେବା ଗୁଡ଼ିକ ସହ ଯୋଗସୂତ୍ର

ରାଜ୍ୟ ସଚିବାଳୟ ସେବା ପାଇଁ ଏହା ଏକ ନୋଡ଼ାଲ ବିଭାଗ ଭଳି କାର୍ଯ୍ୟ କରେ। ରାଜ୍ୟ ସଚିବାଳୟ ସେବାର ବିଭିନ୍ନ ପଦ ପାହ୍ୟାର ପ୍ରଶାସନ ଆସିଥାଏ ଗୃହବିଭାଗ ଅଧୀନରେ। ଏହି ପାହ୍ୟାଗୁଡ଼ିକ ନିମ୍ନମତେ

  • ସହାୟକମାନଙ୍କର ସମାନ ପାହ୍ୟା, ଡାଟା ଏଣ୍ଟ୍ରି ଅପରେଟର ଓ ଟାଇପିଷ୍ଟ୍ ଗଣ
  • କ୍ଷିପ୍ରଲେଖକମାନଙ୍କ ପାହ୍ୟା/ ବ୍ୟକ୍ତିଗତ ସହାୟକ/ ବ୍ୟକ୍ତିଗତ ସଚିବ/ ବରିଷ୍ଠ ବ୍ୟକ୍ତିଗତ ସଚିବ/ ପ୍ରମୁଖ ବ୍ୟକ୍ତିଗତ ସଚିବ/ ବରିଷ୍ଠ ପ୍ରମୁଖ ବ୍ୟକ୍ତିଗତ ସଚିବ
  • ଓଡ଼ିଶା ସଚିବାଳୟ ସେବା ପାହ୍ୟା – ଏ.ଏସ୍.ଓ./ଏସ୍.ଓ./ଡି.ଓ./ଅନୁସଚିବ/ ଉପସଚିବ/ ଯୁଗ୍ମସଚିବ/ ଅତିରିକ୍ତ ସଚିବ